ରାଜ୍ୟରେ ୧୧୪ ନୂଆ କୋରୋନା ରୋଗୀ ଚିହ୍ନଟ | News Room Odisha

ରାଜ୍ୟରେ ୧୧୪ ନୂଆ କୋରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୧୪ ନୂଆ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୬୮ ଓ ସ୍ଥାନୀୟ ଅଂଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୨କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୯୬୨ । ୧ ହଜାର ୧୫୧ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଂଟା ମଧ୍ୟରେ ବରଗଡ ଜିଲ୍ଲାରୁ ୧୧, ବାଲେଶ୍ୱରରୁ ୭, ଅନୁଗୁଳରୁ ୮, କଟକରୁ ୭, ଗଂଜାମରୁ ୫, ଯାଜପୁରରୁ ୬, ମୟୂରଭଂଜରୁ ୫,ନୂଆପଡାରୁ ୮, ପୁରୀରୁ ୮, ଖୋର୍ଦ୍ଧାରୁ ୯ ଓ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୧ ଜଣ ଚିହ୍ନଟ ହୋଇଛନ୍ତି ।

COVID-19