ରାଜ୍ୟରେ ୨୪ ଘଂଟାରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ କମ୍

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧୩୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଶ୍ କିଛି ଦିନ ପରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ ଢେର ତଳେ ରହିଛି । ଦିନକରେ ସଂଗରୋଧରୁ ୭୯ ଓ ସ୍ଥାନୀୟ ଅଂଚଳରୁ ୭୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୨୫, ପୁରୀରୁ ୧୬, ସମ୍ବଲପୁରରୁ ୧୯, ଝାରସୁଗୁଡାରୁ ୧୨, ନୂଆପଡାରୁ ୧୧, ବାଲେଶ୍ୱରରୁ ୯ ଯାଜପୁରରୁ ୭, ଖୋର୍ଦ୍ଧାରୁ ୫,ଅନୁଗୁଳରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୯ ହଜାର ୫୪୬ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହେଉଛି ୧ ହଜାର ୯୪୪ ।

Comments are closed.