ରାଜ୍ୟରେ ୨ ହଜାର ଟପିଲା ଦୈନିକ ସଙ୍କ୍ରମଣ, ସୁନ୍ଦରଗଡ଼ରୁ ୪୫୮, ଖୋର୍ଦ୍ଧାରୁ ୩୪୮

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାରରୁ ଅଧିକ କୋରୋନା ସ‌ଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ରେକର୍ଡ ୨୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାର ଦ୍ବିତୀୟ ଲହରୀ ରେ ଏହା ହେଉଛି ରାଜ୍ୟର ସର୍ବାଧିକ ଦୈନିକ ସଙ୍କ୍ରମଣ । ସ‌ଙ୍ଗରୋଧରୁ ୧୩୧୪ ଓ ସ୍ଥାନୀୟ ଅଞ୍ଚଳରୁ ୯୫୩ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସବୁଠାରୁ ଅଧିକ ୪୫୮, ଖୋର୍ଦ୍ଧାରୁ ୩୪୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଓ ବରଗଡ଼ରୁ ୧୨୦ ଲେଖାଏଁ, ନୂଆପଡ଼ା ଓ ନବରଙ୍ଗପୁର ରୁ ୧୦୪ ଜଣ ଲେଖାଏଁ, କଟକ ରୁ ୧୧୭, ବଲାଙ୍ଗିରରୁ ୯୩, ଗଞ୍ଜାମରୁ ୭୦, ପୁରୀରୁ ୭୦, ବାଲେଶ୍ବରରୁ ୬୭, ଝାରସୁଗୁଡ଼ାରୁ ୫୫, କେନ୍ଦୁଝର ରୁ ୫୫, ମୟୂରଭଞ୍ଜରୂ ୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୫୨ ଓ ଅନୁଗୁଳରୁ ୪୮ ଚିହ୍ନଟ ହୋଇଛନ୍ତି ।

Comments are closed.