ରାଜ୍ୟରେ ୩୨୫୨ ନୂଆ କୋରୋନା ପଜିଟିଭ, ଖୋର୍ଧାରୁ ୭୬୨, ଲଗାତର ଦ୍ୱିତୀୟ ଦିନ ଧରି ରାୟଗଡା ଜିଲ୍ଲାରେ ପଜିଟିଭ ସଂଖ୍ୟା ୪ ଶହରୁ ଅଧିକ , ଆଉ ୧୪ ଜଣଙ୍କ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୩ ହଜାର ୨୫୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୯୮୭ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୨୬୫ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସବୁଠୁ ଅଧିକ ୭୬୨ ଓ ରାୟଗଡା ଜିଲ୍ଲାରୁ ୪୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୨୩, ଗଂଜାମରୁ ୧୬୯, ବରଗଡରୁ ୧୪୬, ମୟୂରଭଂଜରୁ ୧୨୩, ନୟାଗଡରୁ ୧୨୦ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୯୪ ଓ ଢେଙ୍କାନାଳରୁ ବି ୯୪ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭିଙ୍କ ସଂଖ୍ୟା ୯୭ ହଜାର ୯୨୦କୁ ବୃଦ୍ଧି ପାଇଛି । ୬୭ ହଜାର ୮୨୬ ସୁସ୍ଥ ହୋଇଥିବା ବେଳେ ୨୯ ହଜାର ୫୭୧ ରୋଗୀ ଚିକିତ୍ସିତ ହେଉଛନ୍ତି । ଏ ଯାବତ ରାଜ୍ୟରେ ୧୬ ଲକ୍ଷ ୭୦ ହଜାର ୯୧୦ କୋରୋନା ଟେଷ୍ଟିଂ ହୋଇସାରିଲାଣି ।

ଏଣେ ଗତ ୨୪ ଘଂଟାରେ କୋରୋନା ଯୋଗୁଁ ଆଉ ୧୪ ଜଣଙ୍କ ମୃତ୍‌୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୪୭୦କୁ ବୃଦ୍ଧି ପାଇଛି । ବାଲେଶ୍ୱର, କଟକ, ଜଗତସିଂହପୁର, ଖୋର୍ଧା, ମାଲକାନଗିରିରୁ ୨ ଜଣ ଲେଖାଏଁ ଓ ସୁନ୍ଦରଗଡ, ପୁରୀ, ଯାଜପୁର , ବରଗଡ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Comments are closed.