ରାଜ୍ୟରେ ୫୭୦ ନୂଆ ପଜିଟିଭ ଚିହ୍ନଟ,୫ ମୃତ୍ୟୁ | News Room Odisha

ରାଜ୍ୟରେ ୫୭୦ ନୂଆ ପଜିଟିଭ ଚିହ୍ନଟ,୫ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ୫୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ କୋରୋନା ପଜିଟିଭ ସଂଖ୍ଯା ୧୨୫୨୬ କୁ ବୃଦ୍ଧି ପାଇଛି ।

ଆଜି ଚିହ୍ନଟ ହୋଇଥିବା ୫୭୦ଙ୍କ ମଧ୍ୟରୁ ୩୮୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୧୮୬ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

ରାଜ୍ୟରେ ଆଜି ଆଉ ୫ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋରେ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି । ମୃତ୍ୟୁ ହୋଇଥିବା ୫ଜଣଙ୍କ ମଧ୍ୟରୁ ଗଞ୍ଜାମରେ ୨,ପୁରୀ, ଭୁବନେଶ୍ବର ଓ କଟକରୁ ଜଣେ ଲେଖାଏଁ କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମରେ ୩୬ ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୭୨୮୮ ଜଣଙ୍କ ଟେଷ୍ଟ ସାରିଥିବା ବେଳେ ସେଥିମଧ୍ୟରୁ ୧‌୨୫୨୬ ଟି ପଜିଟିଭ କେଶ ବାହାରିଛି ୭୯୭୨ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୪୪୭୫ ଟି ଆକ୍ଟିଭ କେସ ରହିଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ:

୧.ଅନୁଗୁଳ-୧୧
୨.ବାଲେଶ୍ୱର-୩
୩.ଭଦ୍ରକ-୨
୪.ବୌଦ୍ଧ-୩
୫.କଟକ-୪୬
୬.ଗଜପତି-୨୫
୭.ଗଞ୍ଜାମ-୨୧୮
୮.ଜଗତସିଂହପୁର-୧୬
୯.ଯାଜପୁର-୪୦
୧୦.ଝାରସୁଗୁଡା-୩୧
୧୧.କେନ୍ଦ୍ରାପଡ଼ା-୬
୧୨.କେନ୍ଦୁଝର-୧୪
୧୩.ଖୋର୍ଦ୍ଧା-୩୭
୧୪.କୋରାପୁଟ-୧୧
୧୫.ମୟୁରଭଞ୍ଜ-୧୦
‍୧୬.ନୟାଗଡ଼-୩୭
୧୭.ପୁରୀ-୧୫
୧୮.ସମ୍ବଲପୁର-୧
୧୯.ସୁନ୍ଦରଗଡ଼-୪୪

COVID-19