ରାଜ୍ୟରେ ୬ ହଜାର ୧୧୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୮୭୫, ସୁନ୍ଦରଗଡରୁ ୭୮୫, ନୂଆପଡାରୁ ୪୩୦ | News Room Odisha

ରାଜ୍ୟରେ ୬ ହଜାର ୧୧୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୮୭୫, ସୁନ୍ଦରଗଡରୁ ୭୮୫, ନୂଆପଡାରୁ ୪୩୦

ଭୁବନେଶ୍ୱର- ଓଡିଶାରେ ଗତ ୨୪ ଘଂଟା ମଧ୍ୟରେ ୬ ହଜାର ୧୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୫୪୬ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୫୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫, ସୁନ୍ଦରଗଡରୁ ୭୮୫, ନୂଆପଡାରୁ ୪୩୦, କଟକରୁ ୩୪୩, ଯାଜପୁରରୁ ୩୨୪, କଳାହାଣ୍ଡିରୁ ୩୨୧, ନବରଙ୍ଗପୁରରୁ ୩୧୮, ସମ୍ବଲପୁରରୁ ୨୮୦, ବରଗଡରୁ ୨୬୨, ଝାରସୁଗୁଡାରୁ ୨୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବଲାଙ୍ଗୀରରୁ ୧୮୯, ପୁରୀରୁ ୧୮୦, ମୟୂରଭଞ୍ଜରୁ ୧୫୮, ଅନୁଗୁଳରୁ ୧୫୧, ଗଞ୍ଜାମରୁ ୧୩୪, କେନ୍ଦୁଝରରୁ ୧୧୮, ରାୟଗଡାରୁ ୧୦୪, ବାଲେଶ୍ୱରରୁ ୧୦୨, ନୟାଗଡରୁ ୯୯, ଭଦ୍ରକରୁ ୮୭ ଓ ଗଜପତିରୁ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଗତ ୨୪ ଘଂଟାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୯୮୮କୁ ବୃଦ୍ଧି ପାଇଛି ।
ଏ ଯାଏଁ ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୪୫୭କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୫୯ ହଜାର ୪୬୭ ଜଣ ସୁସ୍ଥ ହୋଇସାରିଲେଣି । ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହେଉଛି ୪୫ ହଜାର ୯୪୯ ।