ରାଜ୍ୟ ମାନଙ୍କ ପାଇଁ 'କୋଭିଶିଲ୍ଡ' ଟିକା ଦର କମାଇଲା ସେରମ୍ ଇନଷ୍ଟିଚ୍ୟୁଟ୍ | News Room Odisha

ରାଜ୍ୟ ମାନଙ୍କ ପାଇଁ ‘କୋଭିଶିଲ୍ଡ’ ଟିକା ଦର କମାଇଲା ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ନିଜ କୋଭିଡ-୧୯ ଟିକା ‘କୋଭିଶିଲ୍ଡ’ର ମୂଲ୍ୟ ଡୋଜ୍ ପିଛା ୧୦୦ ଟଙ୍କା ହ୍ରାସ କରିଛି । ରାଜ୍ୟ ସରକାରଙ୍କୁ ଏଣିକି ୪୦୦ ପରିବର୍ତ୍ତେ ୩୦୦ ଟଙ୍କା ଦରରେ ପ୍ରତି ଡୋଜ୍ ମିଳିବ । ଏସ୍ଆଇଆଇ ଅଧ୍ୟକ୍ଷ ଆଦର ପୁନାଓ୍ବାଲା ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଏହି ଦଳ ତୁରନ୍ତ ଲାଗୁ ହେବ ବୋଲି ସେ କହିଛନ୍ତି । ପୁନାଓ୍ବାଲା କହିଛନ୍ତି ଯେ, ଏସ୍ଆଇଆଇ ପକ୍ଷରୁ ଏହା ଏକ ଜନହିତକର ପଦକ୍ଷେପ । ଏହି ନିଷ୍ପତ୍ତି ଦ୍ବାରା ଦେଶରେ ଟିକାକରଣ ତ୍ବରାନ୍ବିତ କରାଯାଇ ପାରିବ ଏବଂ ଅସଂଖ୍ୟ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ ।
ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଭୟ ଏସ୍ଆଇଆଇ ଏବଂ ଭାରତ ବାୟୋଟେକକୁ ନିଜ ଟିକା ଦର ହ୍ରାସ କରିବାକୁ ଅନୁରୋଧ କରାଯାଇଥିଲା ।

ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ନିଜ କୋଭିଡ-୧୯ ଟିକା ‘କୋଭିଶିଲ୍ଡ’ର ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ପ୍ରତି ଡୋଜ୍ ଧାର୍ଯ୍ୟ କରିଥିଲା । ଏବଂ ଘରୋଇ ହସ୍ପିଟାଲ ପାଇଁ ଏହା ୬୦୦ ଟଙ୍କାରେ ମିଳିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା