ରାଜ୍ୟ ସରକାରଙ୍କ ଫୋକସ୍ ରେ ଗଞ୍ଜାମ

ଭିତ୍ତିଭୂମି ସଂପ୍ରସାରଣ, ଟେଲି ମେଡ଼ିସିନ ଏବଂ ସଚେତନତା ସୃଷ୍ଟିକୁ ଅଧିକ ଗୁରୁତ୍ୱ

ସୁସ୍ଥ ହୋଇଥିବା କୋଭିଡ୍ ରୋଗୀମାନଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯିବ

ଭୂବନେଶ୍ବର: ଗଞ୍ଜାମ ଜିଲ୍ଲାରେ କୋଭିଡ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂତନ ଋଣ କୌଶଳ ଗ୍ରହଣ କରିଛନ୍ତି । ଏଥିରେ ଭିତ୍ତିଭୂମି ସଂପ୍ରାସରଣ , ଟେଲିମେଡିସିନ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସ୍ବାସ୍ଥ ଓ ପରିବାର କଲ୍ଯାଣ ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦିପ୍ତ ମହାପାତ୍ର ଙ୍କ ଅଧ୍ଯକ୍ଷତାରେ ଲୋକସଭା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ବୈଠକରେ ଗୃହିତ ନିଷ୍ପତି ଅନୁଯାୟୀ ନୂତନ ରଣ କୌଶଳର ମୁଖ୍ୟ ଲକ୍ଷ୍ୟ ରହିବ କୋଭିଡ-୧୯ ଜନିତ ମୃତ୍ଯୁକୁ ରୋକିବା , ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ।

ବ୍ରହ୍ମପୁର ମେଡିକାଲ କଲେଜରେ ଜରୁରୀ ଏବଂ ଓପିଡି ତୁରନ୍ତ ଖୋଲିବା ସହିତ ଏହା ଯେପରି ୨୪ ଘଣ୍ଟା କାର୍ଯ୍ୟ କରିବ ସେଥିପାଇଁ ବ୍ୟବସ୍ଥା କରିବା ସ୍ଥିର କରାଯାଇଛି । ବ୍ରହ୍ମପୁର ମେଡିକାଲରେ ଜଣେ ଅତିରିକ୍ତ ସୁପରିଟେଣ୍ଡେଣ୍ଟ୍  ନିଯୁକ୍ତି କରାଯିବ । କୋଭିଡ ପରିଚାଳନା ରେ ସେ ସୁପରିଟେଣ୍ଡେଣ୍ଟ୍ କୁ ସହାୟତ କରିବେ ।

ଏମ.କେ.ସି.ଜି ର ଶିଶୁରୋଗ ଓ୍ବାର୍ଡକୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେର ସେଣ୍ଟର ରେ ପରିଣତ କରାଯିବ ଏବଂ ଏହା ଜିଲ୍ଲାପାଳଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ରହିବ । ସେହିପରି ମଧ୍ୟ ବିଦ୍ୟୁତପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେର ସେଣ୍ଟର କରାଯିବ । ଏବଂ ଏହା ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ପରିଚାଳିତ ହେବ । ସିଟି ହସ୍ପିଟାଲ ଚିକିତ୍ସା ସୁବିଧା ଯୋଗାଇବ ।

ଅକ୍ସିଜେନ ସ୍ତର କମ ଥାଇ ବିଳମ୍ବରେ ଚିକିତ୍ସା ପାଇଁ ଆସୁଥିବା ରୋଗିମାନଙ୍କ ପାଇଁ ପ୍ରତି CCC ଏବଂ CHC ରେ ୧୦ ପ୍ରତିଶତ ଶଯ୍ୟା ସଂରକ୍ଷତ ରହିବ ।

ପଜିଟିଭ ରୋଗିମାନଙ୍କ ଉକଣ୍ଠା କମାଇବା ପାଇଁ ,ପରାମର୍ଶ ଦେବା ପାଇଁ ଜଣେ ମାନସିକ ରୋଗ ବିଶେଷଜ୍ଞ ଙ୍କ ନେତୃତ୍ବରେ ମନସ୍ତାତ୍ବିକ ପରାମର୍ଶଦାତା ରହିବେ ଏବଂ ସେମାନେ ଟେଲି କାଉନସେଲିଂ  କରିବେ । ସୁସ୍ଥ ହୋଇଥିବା ରୋଗିମାନଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯିବ ଏବଂ କୋଭିଡ ମନିଟର ଭାବରେ ସେମାନେ ଅନ୍ତତଃ ୧୦ ଜଣ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଓ ସାହସ ଦେବେ । ଏଥିପାଇଁ ସେମାନଙ୍କୁ ୧୦୦୦ ଟଙ୍କା ଦିଆଯିବ ।

ହୋମ ଆଇସୋଲେସନ ରେ ଥିବା ରୋଗିମାନଙ୍କୁ ମେଡିସିନ କିଟ୍ ଯୋଗାଇଦେବା ସହିତ ଓଡିଆ ରେ ଔଷଧ ଖାଇବା ସୂଚନା ଦିଆଯିବ । ଏହା କେଆର ଗିଭର ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ଉପଦେଶ ସହିତ ଇ.ଆଇ.ସି ମେଟେରିଆଲ ମଧ୍ୟ ଯୋଗାଇ ଦିଆଯିବ । ବ୍ରହ୍ମପୁର ଓ ଗୋପାଳପୁରରେ ଥିବା ହୋଟେଲ ମାନଙ୍କୁ ଜିଲ୍ଲାପାଳ କୋଭୋଡ ଯୁଦ୍ଧ ରେ ଆଗଧାଡିରେ ଥିବା ଡାକ୍ତର ଓ ଅନ୍ୟମାନଙ୍କ ରହଣି ନିମନ୍ତେ ସଂରକ୍ଷିତ ରଖିବେ ।

ଜରୁରୀ ଚିକିତ୍ସା ଆବଶ୍ଯକ କରୁଥିବା ରୋଗିମାନଙ୍କ ସୁବିଧା ପାଇଁ ଭେସଜ,ଶଲ୍ୟ, ମାନସିକ ରୋଗ ଏବଂ ଶିଶୁରୋଗ ମାନଙ୍କ ସେବା ଟେଲିମେଡିସିନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ । କୋଭିଡ ପଜିଟିଭ ରୋଗୀ ଓ ସୁସ୍ଥ ହୋଇଥିବା ରୋଗିମାନଙ୍କୁ ମଧ୍ୟ ମାନସିକ ସୁସ୍ଥତା ପାଇଁ କଲ ସେଣ୍ଟର ଜରିଆରେ ଆବଶ୍ଯକ ପରାମର୍ଶ ଦିଆଯିବ ।

କୋଭିଡ ରୋଗ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଇ.ଆଇ.ସି ମେଟେରିଆଲ ବଣ୍ଟନ ସହ ଏ ସମ୍ପର୍କରେ ବ୍ୟାପକ ପ୍ରଚାର ପାଇଁ ପଦକ୍ଷେପ ନିଆଯିବ ।

Comments are closed.