ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ପରଲୋକ

ଲଣ୍ଡନ – ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ଆଜି ପରଲୋକ ହୋଇଯାଇଛି । ବ୍ରିଟିଶ୍ ରାଜପ୍ରାସାଦ ବକିଂହାମ ପ୍ୟାଲେସ୍ ତରଫରୁ ଏକ ପ୍ରେସ୍ ବିବୃତିରେ ଏହି ଦୁଃଖଦ ଖବର ସମ୍ପର୍କର ସୂଚନା ଦିଆଯାଇଛି । ପ୍ରିନ୍ସ ଫିଲିପ୍‌ଙ୍କୁ ୯୯ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ ।

ପ୍ରିନ୍ସ ଫିଲିପ୍ସ ୧୯୪୭ରେ ବ୍ରିଟିଶ ରାଜ ପରିବାରର ତତ୍କାଳୀନ ରାଜକୁମାରୀ ଏଲିଜାବେଥ ଦ୍ୱିତୀୟଙ୍କୁ ବିବାହ କରିଥିଲେ । ପ୍ରିନ୍ସ ଫିଲିପ୍ ଓ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଚାରି ସନ୍ତାନ – ଚାର୍ଲସ୍ ଆନ୍ନେ, ଆଣ୍ଡ୍ରିୟୁ ଏବଂ ଏଡୱାର୍ଡ ଅଛନ୍ତି ।

ଅସୁସ୍ଥତା କାରଣରୁ ପ୍ରିନ୍ସ ଫିଲିପ୍ ମାସେ କାଳ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ନିକଟରେ ଘରକୁ ଫେରିଥିଲେ ।

ପ୍ରିନ୍ସ ଫିଲିପଙ୍କ ଜନ୍ମ ୧୯୨୧ ଜୁନ୍ ୧୦ରେ ଗ୍ରୀକ ଦ୍ୱୀପ କୋର୍ଫୁରେ ହୋଇଥିଲା । ପ୍ରିନ୍ସ ଫିଲିପଙ୍କ ଦେହାନ୍ତ ଖବର ପରେ ବ୍ରିଟିଶ୍ ରାଜ ପରିବାର ସହ ସମଗ୍ର ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି ।

Comments are closed.