ରାଷ୍ଟ୍ର ପ୍ରତି ସମ୍ବଲପୁର ପୁଲିସର ପ୍ରତିବଦ୍ଧତା | News Room Odisha

ରାଷ୍ଟ୍ର ପ୍ରତି ସମ୍ବଲପୁର ପୁଲିସର ପ୍ରତିବଦ୍ଧତା

୩ ରାଜ୍ୟକୁ ପରିବହନ ହେଉଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ନିରଙ୍କୁଶ ରାସ୍ତା ଦେଲା ପୁଲିସ

ସମ୍ବଲପୁର: ରାଷ୍ଟ୍ର ପ୍ରତି ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଇଛି ସମ୍ବଲପୁର ପୁଲିସ । ଓଡିଶାରୁ ୩ଟି ରାଜ୍ୟକୁ ଯୋଗାଣ ହେଉଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ଜିଲ୍ଲା ସୀମା ଯାଏ ଏକ୍ସକର୍ଟ କରି ନିରଙ୍କୁଶ ରାସ୍ତା ଦେଇଛି ପୁଲିସ । ବର୍ତମାନ ସମୟରେ ଜୀବନ ରଖ୍ୟାକାରୀ ଉପାଦାନ ସାଜିଥିବା ଅକ୍ସିଜେନ୍ ଯେମିତି ସଠିକ ସମୟରେ ପରିବହନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦେଶକୁ ଆଶ୍ବସ୍ତ କରିଥିଲେ । ଆଉ ଏହାକୁ ନିଷ୍ଠାର ସହ ସମ୍ବଲପୁର ପୁଲିସ ପାଳନ କରିଛି ।

ଆଜି ସନ୍ଧ୍ୟାରେ ସମ୍ବଲପୁର ସୀମାକୁ ୩ଟି ଅକ୍ସିଜେନ୍ ଟ୍ୟାଙ୍କର ଆସୁଥିବା ନେଇ ପୁଲିସ ସୂଚନା ପାଇଥିଲା । ସେଗୁଡିକ ରାୟପୁର( ଛତିଶଗଡ), ନାଗପୁର(ମହାରାଷ୍ଟ୍ର) ଏବଂ ଭୋପାଳ(ମଧ୍ୟପ୍ରଦେଶ) ଅଭିମୁଖେ ଯାଉଥିବା ଟ୍ୟାଙ୍କର ଥିଲା । ଏନେଇ ପୁଲିସ ସୂଚନା ପାଇବା ପରେ ସଟଡାଉନକୁ କାର୍ଯ୍ୟରେ ବ୍ୟସ୍ତ ଥିବା ସତ୍ତ୍ବେ ଏହି ଟ୍ୟାଙ୍କରକୁ ଏସକର୍ଟ କରିବା କାମରେ ଲାଗି ପଡିଥିଲା । ଯେମିତି କୌଣସି ସ୍ଥାନରେ ଟ୍ରାଫିକ ସମସ୍ୟା ପାଇଁ ବିଳମ୍ବିତ ନହୁଏ ସେଥିପାଇଁ ଆଗୁଆ ରାସ୍ତା ଖାଲି କରିଥିଲା । ଫଳରେ ସମସ୍ତ ଗାଡି ତାର ଗନ୍ତବ୍ୟ ସ୍ଥଳକୁ ବିନା ଦ୍ବିଧାରେ ଅଗ୍ରସର ହୋଇପାରିଛି । କରୋନାରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିବା ରୋଗୀଙ୍କ ପାଇଁ ଅକ୍ସିଜେନର ସର୍ବାଧିକ ଆବଶ୍ୟକତା ଥିବା ବେଳେ ଏହାର ସଂକଟ ଚିନ୍ତା ବଢାଇ ଦେଇଛି । ଏଭଳି ସ୍ଥିତିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଦେଶକୁ ଅକ୍ସିଜେନ୍ ଯୋଗାଣର ଗୁରୁଦାୟିତ୍ବ ନେଇଥିବା ବେଳେ ଏହାର ସୁରଖିତ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।