ରାହୁଲ ଗାନ୍ଧୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ୍ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି ଯେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ସେ ନିଜର କୋଭିଡ୍ ଟେଷ୍ଟ କରିଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଯେଉଁମାନେ ଆମ ସହ ସଂସ୍ପର୍ଶରେ ଆସିଥିଲେ, ସେମାନେ ସବୁ କରୋନା ପ୍ରୋଟୋକଲ୍ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ରାହୁଲ ଅନୁରୋଧ କରିଛନ୍ତି ।

ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା କୋଭିଡ ପଜିଟିଭ୍ ହୋଇଥିଲେ । ଉଭୟ ସମ୍ପ୍ରତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ମାମଲା ବଢିବାରେ ଲାଗିଛି। ସୋମବାର ଦିନ ୨୩,୬୮୬ ଲୋକ ସଂକ୍ରମିତ ହୋଇଥିଲେ ଏବଂ ୨୪୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା।

Comments are closed.