ଲୋକପ୍ରିୟ ତାମିଲ ଅଭିନେତା ବିବେକଙ୍କ ପରଲୋକ

ଚେନ୍ନାଇ – ଲୋକପ୍ରିୟ ତାମିଲ ଅଭିନେତା ବିବେକଙ୍କ ଶନିବାର ଚେନ୍ନାଇର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି ।ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ହସ୍ପିଟାଲ ତରଫରୁ ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍ ରେ କୁହାଯାଇଛି ଯେ ଭୋର ୪:୩୫ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ବିବେକ ଶୁକ୍ରବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହୃଦଘାତର ଶିକାର ହେବା ପରେ ବିବେକଙ୍କୁ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ୧୦୦ ପ୍ରତିଶତ ବ୍ଲକେଜ୍ ଯୋଗୁଁ ତାଙ୍କ ହୃଦଘାତ ହୋଇଥିବା କୁହାଯାଇଥିଲା ।

ଯେତେବେଳେ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା ବିବେକ ଚେତାଶୂନ୍ୟ ହୋଇପଡିଥିଲେ। ତେଣୁ ଡାକ୍ତରମାନେ ତାଙ୍କୁ ଏକ୍ସଟ୍ରା କର୍ପୋରେଲ୍ ମେମ୍ବ୍ରେନ୍ ଅକ୍ସିଜେନ (ଇସିଏମ୍ଓ) ରେ ରଖିଥିଲେ | ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ସତ୍ତ୍ଵେ ବିବେକ ଙ୍କ ଜୀବନ ରକ୍ଷା କରାଯାଇ ପାରିନଥିଲା ।

ବିବେକଙ୍କ ମୃତ୍ୟୁ ପରେ ଟଲିଉଡ୍ ରେ ଶୋକରେ ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆତ୍ମାର ସ୍ଥିତି କାମନା କରିଛନ୍ତି ।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିବେକ ରଜନୀକାନ୍ତ, ବିଜୟ ଏବଂ ଅଜିତ କୁମାରଙ୍କ ଭଳି ଅନେକ ବଡ଼ ଅଭିନେତାଙ୍କ ସହ କାମ କରିଛନ୍ତି। ସେ କିଛି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବି ଅଭିନୟ କରିଥିଲେ ।

Comments are closed.