ଶେଷ ଦୁଇ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଗଲେ ରୋହିତ

ନୂଆଦିଲ୍ଲୀ – ବହୁଦିନର କଳ୍ପନାଜଳ୍ପନା ଓ ଅନିଶ୍ଚିତତାର ଅବସାନ ଘଟାଇ ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ମଙ୍ଗଳବାର ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି । ଆଘାତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜ୍ ଓ ପ୍ରଥମ ଦୁଇଟି ଟେଷ୍ଟରୁ ବଞ୍ଚିତ ହେବା ପରେ ରୋହିତ ଶେଷ ଦୁଇ ଟେଷ୍ଟ ପାଇଁ ଭାରତୀୟ ଦଳ ସହ ଯୋଗଦେବେ । ଦୁଇ ଦେଶ ମଧ୍ୟରେ ପ୍ରତୀକ୍ଷିତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଗୁରୁବାର ଠାରୁ ଆଡିଲେଡ୍ ଓଭାଲରେ ଆରମ୍ଭ ହେଉଛି । ରୋହିତ ମଙ୍ଗଳବାର ଭୋରରେ ଦୁବାଇ ଦେଇ ଅଷ୍ଟ୍ରେଲିଆ ଯାଇଥିବା ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ଅଷ୍ଟ୍ରେଲିଆରେ ପହଞ୍ôଚବା ପରେ ସେ ପ୍ରଥମେ ୧୪ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବେ । କ୍ୱାରେଣ୍ଟାଇନ୍ ସମୟରେ ସେ କିଛି ନିର୍ଦ୍ଦିଷ୍ଟ ଫିଟନେସ୍ ବ୍ୟାୟାମ କରିବେ ।

ଆଇପିଏଲରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କ ହାମଷ୍ଟ୍ରିଂ ସମସ୍ୟା ଦେଖାଦେଇଥିଲା । ଏହି କାରଣରୁ ତାଙ୍କୁ ପ୍ରଥମେ ପୁରା ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଯାଇଥିଲା । ତେବେ ପରେ ତାଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା ।
ଆଇପିଏଲ୍ ସରିବା ପରେ ଭାରତୀୟ ଦଳ ସହ ସେ ମଧ୍ୟ ଅଷ୍ଟ୍ରେଲିଆ ଯିବେ ବୋଲି ମନେ କରାଯାଉଥିଲା । ହେଲେ ସେ ଆଇପିଏଲ୍ ପରେ ନିଜ ଅସୁସ୍ଥ ବାପାଙ୍କ ଦେଖାଶୁଣା କରିବାକୁ ଭାରତ ଫେରିଆସିଥିଲେ । ଦୀପାବଳି ପରେ ସେ ଫିଟନେସ୍ ଟ୍ରେନିଂ ପାଇଁ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)କୁ ଯାଇଥିଲେ । ଗତ ଶୁକ୍ରବାର ଏନସିଏରେ ରୋହିତଙ୍କ ଫିଟନେସ୍ ଟେଷ୍ଟ ହୋଇଥିଲା, ଏବଂ ସେ ଏଥିରେ ପାସ୍ ହୋଇଥିଲେ । ତା’ ପରଦିନ ଅର୍ଥାତ୍ ଶନିବାର ବିସିସିଆଇ ବିଧିବଦ୍ଧ ଭାବେ ରୋହିତଙ୍କୁ ଫିଟ୍ ଘୋଷିତ କରିଥିଲା । ସେ ଅଷ୍ଟ୍ରେଲିଆ ଯିବେ ବୋଲି ଭାରତୀୟ ବୋର୍ଡ ସ୍ପଷ୍ଟ କରିଥିଲା । ତେବେ ଅଷ୍ଟ୍ରେଲିଆରେ ସେ ପହଞ୍ôଚବା ପରେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ଏହି ସମୟରେ କିଛି ଫିଟନେସ୍ କାର୍ଯ୍ୟକ୍ରମ ଅନୁସରଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ୱାରେଣ୍ଟାଇନ୍ ଅବଧି ପରେ ରୋହିତଙ୍କ ପୁଣି ଫିଟନେସ୍ ଯାଞ୍ଚ୍ ହେବ । ଭାରତୀୟ ଦଳର ଫିଜିଓ ରୋହିତଙ୍କ ଫିଟନେସ୍ ସ୍ଥିତି ପରଖିବା ପରେ ଶେଷ ଦୁଇ ଟେଷ୍ଟରେ ସେ ଖେଳିବେ ନା ନାହିଁ ନିଷ୍ପତ୍ତି ନିଆଯିବ ।

Comments are closed.