ଶ୍ରୀଲିଙ୍ଗରାଜ ମନ୍ଦିରରେ ଏଥର କୋଭିଡ କଟକଣାରେ ପାଳନ ହେବ ଶିବରାତ୍ରୀ, ଆଡକାଠରୁ ହେବ ଦର୍ଶନ

ଭୁବନେଶ୍ୱର- ଏଥର କୋଭିଡ କଟକଣାରେ ପାଳନ କରାଯିବ ମହାଶିବରାତ୍ରୀ । ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ବେଳେ କୋଭିଡ କଟକଣା ମାନିବାକୁ ପଡିବ । ଏଥର ଆଡକାଠରୁ ହେବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ । ଗର୍ଭଗୃହକୁ ଯିବା ପାଇଁ ଅନୁମତି ମିଳିବ ନାହିଁ । ଛୋଟ ପିଲା ଓ ୬୦ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନ ମନା । ସଂପୂର୍ଣ୍ଣ ବ୍ୟାରିକେଡ ମଧ୍ୟରେ ନିୟମ ଅନୁଯାୟୀ ହେବ ଦର୍ଶନ ।

Comments are closed.