ସବୁ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ପ୍ରଥମ ଥର ଦୈନିକ ମାମଲା ଲକ୍ଷେ ଟପିଲା

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣର ବେଲଗାମ ହେବାରେ ଲାଗିଛି । ସଂକ୍ରମଣର ସବୁ ରେକର୍ଡ ଭାଙ୍ଗି ଆଜି ଦେଶରେ ଦୈନିକ ମାମଲା ଏକ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୧,୦୩,୫୫୮ ନୂଆ ମାମଲା ରେକର୍ଡ କରାଯାଇଛି । ପ୍ରଥମ ଥର ପାଇଁ ଭାରତରେ ଦୈନିକ ସଂକ୍ରମଣ ଏକ ଲକ୍ଷ ଟପିଛି । ସେପ୍ଟେମ୍ବର ୧୬ରେ ଭାରତରେ ୯୭,୮୯୪ ମାମଲା ଆସିଥିଲା ।

ଗତ ୨୪ ଘଣ୍ଟାରେ ଭାରତରେ ଏହି ମହାମାରୀରେ ଆଉ ୪୭୮ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏଯାବତ ୧ ଲକ୍ଷ ୬୫ ହଜାର ୧୦୧ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ମାମଲା ବି କ୍ରମାଗତ ବଢ଼ୁଛି । ଦେଶରେ ଏବେ ସକ୍ରିୟ ରୋଗୀ ସଂଖ୍ୟା ବଢ଼ି ୭ ଲକ୍ଷ ୪୧ ହଜାର ୮୩୦ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ କରୋନାରୁ ଆଉ ୫୨,୮୪୭ ଲୋକ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ସୁସ୍ଥଙ୍କ ସଂଖ୍ୟା ୧କୋଟି ୧୬ ଲକ୍ଷ ୮୨,୧୩୬ରେ ପହଞ୍ଚିଛି ।

ସର୍ବାଧିକ ପ୍ରଭାବିତ ରାଜ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ଏହି ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ୫୭,୦୭୪ ମାମଲା ଆସିଛି । ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ସ୍ଥିତି ମଧ୍ୟ ସଂଗୀନ ହେବାରେ ଲାଗିଛି । ଏହି ମହାନଗରୀରେ ଦିନକରେ ଆଉ ୧୧,୧୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.