ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ

ଭୁବନେଶ୍ୱର- ଜଣାଶୁଣା ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୫ଟାରେ ଭୁବନେଶ୍ୱର ଏମସରେ ତାଙ୍କର ଦେହାନ୍ତ ହୋଇଛି । ସେ ବୋନ କ୍ୟାନସରରେ ପୀଡିତ ହୋଇ ଗତ କିଛି ମାସ ହେବ ଚିକିତ୍ସିତ ହେଉଥିଲେ । ଅଶୀ ଦଶକରେ ଲଳିତ ନାୟକ ବଲାଙ୍ଗୀରରେ ଛାତ୍ର ରାଜନୀତିରେ ବେଶ୍ ସକ୍ରିୟ ଥିଲେ । ସେ ୪୦ରୁ ଅଧିକ ଶ୍ରମିକ ସଂଘର ସଭାପତି ରହିଥିଲେ । ଶ୍ରମିକମାନଙ୍କ ଅଧିକାର ପାଇଁ ସେ ସର୍ବଦା ଲଢେଇ କରିଥିଲେ । ରକ୍ତଦାନ ଅଭିଯାନରେ ବି ତାଙ୍କର ଭୂମିକା ଥିଲା ଉଲ୍ଲେଖନୀୟ ।

Comments are closed.