ସରକାରଙ୍କୁ ଡୋଜ୍ ପିଛା ୨୦୦, ବଜାରରେ ୧୦୦୦ ଟଙ୍କାରେ ବିକ୍ରି ହେବ କୋଭିସିଲ୍ଡ : ଆଦର ପୁନାୱାଲା

ନୂଆଦିଲ୍ଲୀ – ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ‘କୋଭିସିଲ୍ଡ’ ଟିକାର ପ୍ରଥମ ୧୦୦ ନିୟୁତ ଡୋଜ୍ କେନ୍ଦ୍ର ସରକାରଙ୍କୁ ରିହତି ଦରରେ ବିକ୍ରି କରାଯିବ । ସରକାରଙ୍କୁ ଡୋଜ୍ ପିଛା ୨୦୦ ଟଙ୍କାରେ ପ୍ରଥମ ୧୦୦ ମିଲିୟନ୍ ଡୋଜ୍ ଦିଆଯିବ । ସରକାରଙ୍କ ଅନୁମତି ମିଳିଲେ ବଜାରରେ ଏହି ଟିକା ଡୋଜ୍ ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯିବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ।

ପୁନାୱାଲା କହିଛନ୍ତି ଏବେ ଯେଉଁ ପରିମାଣର ଡୋଜ୍ ଆମେ ସରକାରଙ୍କୁ ଦେବୁ, ତାହା ସରକାର ମାଗଣାରେ ଲୋକଙ୍କୁ ଦେବେ । ପରେ ଆମେ ଏହି ଟିକା ଘରୋଇ ବଜାରରେ ଡୋଜ୍ ପିଛା ୧୦୦୦ ଟଙ୍କାରେ ବିକ୍ରି କରିବୁ । ପ୍ରତ୍ୟକ ଲୋକଙ୍କୁ ଏହି ଟିକାର ଦୁଇଟି ଡୋଜ୍ ନେବାକୁ ପଡିବ । ଅର୍ଥାତ୍ ଜଣେ ବ୍ୟକ୍ତି ପିଛା ଏହି ଟିକାର ଦାମ୍ ୨୦୦୦ ଟଙ୍କା ହେବ ବୋଲି ପୁନାୱାଲା କହିଛନ୍ତି । ଆସନ୍ତା ୭-୧୦ ଦିନ ମଧ୍ୟରେ ସରକାରଙ୍କୁ ଆମେ ଟିକା ଯୋଗାଣ ଆରମ୍ଭ କରିଦେବୁ । ଏହାପରେ କୋଭିସିଲ୍ଡ ଟିକା ଉତ୍ପାଦନ ଦୁଇଗୁଣ କରାଯିବ । ତେବେ ବଜାରରେ ଏହି ଟିକା ବିକ୍ରି କରାଯିବ କି ନାହିଁ ତାହା ସରକାର ନିଷ୍ପତ୍ତି ନେବେ ବୋଲି ପୁନାୱାଲା କହିଛନ୍ତି ।

Comments are closed.