ସାଧାରଣ ବଜେଟରୁ କ’ଣ ଆଶା ରଖିଛି ଓଡିଶା ?

ଭୁବନେଶ୍ୱର- ଏଥର କେନ୍ଦ୍ର ବଜେଟରୁ ଓଡିଶାର ଆଶା ଅଧିକ ରହିଛି । ରାଜ୍ୟ ଆଶା କରୁଛି ଯେ, ଏଥର ସାଧାରଣ ବଜେଟରେ କେନ୍ଦ୍ର ସରକାର କୌଣସି ସ୍ୱତନ୍ତ୍ର ଅନୁଦାନ ବା ଅଧିକ ଅର୍ଥରାଶି ବରାଦ କରିବା ଦରକାର । ପ୍ରାକ୍ ବଜେଟ ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡିଶାର ୧୩ଟି ବିଭିନ୍ନ ପ୍ରସ୍ତାବକୁ ବଜେଟରେ ସାମିଲ କରିବା ପାଇଁ ଦାବି କରିଥିଲେ । ରେଳ ବଜେଟରେ ଅତି କମରେ ୭୨୦୦ କୋଟି ଟଙ୍କା ବ୍ୟବସ୍ଥା କରିବା ତଥା ରାଜ୍ୟର ଦୁର୍ଗମ ଅନଗ୍ରସର ଅଂଚଳରେ ଇଂଟରନେଟ୍ ସୁବିଧା ପାଇଁ ବଜେଟରେ ୫ ହଜାର ୬୫୦ କୋଟି ଟଙ୍କାର ବ୍ୟୟବରାଦ କରିବାକୁ ପ୍ରମୁଖ ଭାବେ ଦାବି ଉପସ୍ଥାପନ କରିଥିଲେ ରାଜ୍ୟ ଅର୍ଥମନ୍ତ୍ରୀ । ଜାତୀୟ ରାଜପଥର ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିବାକୁ ମଧ୍ୟ ଓଡିଶା କେନ୍ଦ୍ରଠାରେ ଦାବି କରିଛି ।

Comments are closed.