ସୁପ୍ରିମକୋର୍ଟର ୫୦%ରୁ ଊର୍ଦ୍ଧ୍ୱ କର୍ମଚାରୀ କରୋନା ପଜିଟିଭ୍

‌ନୂଆଦିଲ୍ଲୀ – ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କରୋନା ପଶିଛି । ସୁପ୍ରିମକୋର୍ଟର ପ୍ରାୟ ୫୦%ରୁ ଊର୍ଦ୍ଧ୍ୱ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସବୁ ବିଚାରପତି ଘରୁ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି । ଶୁଣାଣି ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ହେବ ।
ପ୍ରାୟ ୫୦ ପ୍ରତିଶତ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ କୋର୍ଟ ରୁମ୍ ସହ ପୂରା ସୁପ୍ରିମକୋର୍ଟ ପରିସରକୁ ସାନିଟାଇଜ୍ କରାଯାଉଛି । ଫଳରେ ଆଜି ବିଭିନ୍ନ ଖଣ୍ଡପୀଠ ଗୁଡିକରେ ହେବାକୁ ଥିବା ଶୁଣାଣି ଘଣ୍ଟାଏ ବିଳମ୍ବରେ ହେବ ବୋଲି କୁହାଯାଇଛି ।

କୋର୍ଟ ସହ କର୍ମଚାରୀଙ୍କ ପରିବାରରେ କୋଭିଡ୍ ମାମଲା ବଢ଼ୁଥିବାରୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ଏ ବୋବଡେ ଏବଂ ଅନ୍ୟ ବରିଷ୍ଠ ବିଚାରପତି କୋର୍ଟ ପରିସରରେ କୋଭିଡ୍ ପ୍ରୋଟୋକଲ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତଥର କରୋନାରେ ସୁପ୍ରିମକୋର୍ଟର ୬ ବିଚାରପତି ଆକ୍ରାନ୍ତ ହୋଇଥିଲେ ।

Comments are closed.