ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ – ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କୁ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି। ସେ ମଙ୍ଗଳବାର ତଥା ୧୩ ଏପ୍ରିଲରୁ ଦାୟିତ୍ବ ଗ୍ରହଣ କରିବେ | ସେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ସ୍ଥାନ ନେବେ। ନୂଆ ନିର୍ବାଚନ କମିଶନର ଭାବେ ସୁଶୀଲ ଚନ୍ଦ୍ର ଏଭଳି ସମୟରେ ଦାୟିତ୍ୱ ଗ୍ରହଣ କରୁଛନ୍ତି, ଯେତେବେଳେ କି ପଶ୍ଚିମବଙ୍ଗରେ ଚାରି ପର୍ଯ୍ୟାୟ ନିର୍ବାଚନ ବାକି ଅଛି ଏବଂ ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଘଟିଥିବା ନିର୍ବାଚନୀ ହିଂସା ନବ ନିଯୁକ୍ତ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି |

ସୁଶୀଲ ଚନ୍ଦ୍ରାଙ୍କ ତତ୍ବାବଧାନରେ ଆସନ୍ତା ବର୍ଷ ଅନୁଷ୍ଠିତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ସୁଶୀଲ ଚନ୍ଦ୍ରା ୧୫ ଫେବୃଆରୀ ୨୦୧୯ରେ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

ସୁଶୀଲ ଚନ୍ଦ୍ରା ୧୯୮୦ ବ୍ୟାଚ୍ ର ଭାରତୀୟ ରାଜସ୍ୱ ସେବା ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ୩୮ ବର୍ଷ ଧରି ଭାରତୀୟ ରାଜସ୍ୱ ସେବାରେ ଯୋଗଦାନ ଦେବା ପରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିଶନର ପଦରେ ନିଯୁକ୍ତ ହୋଇଥିଲେ। ନିର୍ବାଚନ କମିଶନର ପଦରେ ନିଯୁକ୍ତ ହେବା ପୂର୍ବରୁ ସୁଶୀଲ ଚନ୍ଦ୍ରା ସିବିଡିଟିର ଅଧ୍ୟକ୍ଷ ଥିଲେ।

Comments are closed.