ସ୍କୁୁଲ ପିଲାଙ୍କ ପାଇଁ ସିଲାବସ କମିବ ନାହିଁ , ୩୦ ପ୍ରତିଶତ ସିଲାବସରେ ହିଁ ହେବ ପାଠପଢା

ଭୁବନେଶ୍ୱର- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ସୂଚନା । ସ୍କୁଲ ପିଲାମାନଙ୍କ ପାଇଁ ସିଲାବସ କମିବ ନାହିଁ । ୩୦ ପ୍ରତିଶତ ସିଲାବସରେ ହିଁ ପିଲାମାନେ ପାଠ ପଢିବେ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ପିଲାମାନଙ୍କ କୋଭିଡ ଟେଷ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଲେ କୋଭିଡ ଟେଷ୍ଟ କରାଯିବ ।
ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପଢିବେ । ଅଧିକ ପିଲାରେ ଅଧିକ ସେକ୍ସନ ହେବ । ପ୍ରଥମରୁ ନବମ ଶ୍ରେଣୀ ଯାଏଁ କ୍ଲାସ ହେଉନାହିଁ । ୧୦୦ ଦିନର ପାଠପଢା ଆବଶ୍ୟକତା ରହିଛି । ରବିବାର ଦିନ ପାଠ ପଢା ନ ହେଲେ ୧୦୦ ଦିନ ହେବନାହିଁ । ୧୦୦ ଦିନ କମ ପଡୁଥିବାରୁ ପିଲାମାନେ ଦୁଃଖରେ ଅଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ପିଲାହ୍‌କ ସ୍ୱାସ୍ଥ୍ୟ ଓ ସାନିଟାଇଜେସନକୁ ପ୍ରାଧାନ୍ୟ ଦିଆଯାଉଛି ।

Comments are closed.