ହରିୟାଣା: ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଦଳ ଛାଡ଼ିଲେ ଜେଜେପି ନେତା ଇନ୍ଦ୍ରଜିତ

ଚଣ୍ଡିଗଡ଼ – କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ପ୍ରତି ସମବେଦନା ଜଣାଇ ହରିୟାଣା ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଇନ୍ଦ୍ରଜିତ ସିଂ ଗୋରାୟା ଦଳ ଛାଡ଼ିଛନ୍ତି । ସେ ଜେଜେପିର କର୍ଣ୍ଣଲ ଜିଲ୍ଲା ସଭାପତି ଥିଲେ । ରାଜ୍ୟରେ ଶାସନାଧୀନ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରର ଜେଜେପି ହେଉଛି ଅନ୍ୟତମ ସହଯୋଗୀ ଦଳ ।

ଯେଉଁ ଦଳ ଚାଷୀଙ୍କ ବିକାଶ ନିଶ୍ଚିତ କରିବାରେ ବିଫଳ, ସେହି ଦଳରେ ରହି କିଛି ଲାଭ ନାହିଁ ବୋଲି ଦଳ ଛାଡ଼ିବା ପରେ ଇନ୍ଦ୍ରଜିତ କହିଛନ୍ତି । ସେ କହିଛନ୍ତି ଯେ, କୃଷି ଆଇନ ପ୍ରତ୍ୟାହାର କରିବା ଲାଗି କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ସେ ଜେଜେପି ସଭାପତି ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କୁ ବହୁଥର ଅନୁରାଧ କରିଥିଲେ ।

ଯଦି ଜେଜେପି ନେତାମାନେ ଆଜି କୃଷକଙ୍କ ସହ ନ ଛିଡ଼ା ହୁଅନ୍ତି, ତେବେ ଆଗାମୀ ଦିନରେ ସେମାନେ ନିଜ ଗାଁ ମାଟି ମଧ୍ୟ ମାଡ଼ିପାରିବେ ନାହିଁ ।

ଚାଷୀ ଆନ୍ଦୋଳନ ନେଇ ନିଜ ଦଳର ଆଭିମୁଖ୍ୟରେ ସେ ବ୍ୟଥିତ ବୋଲି ଇନ୍ଦ୍ରଜିତ କହିଛନ୍ତି ।

Comments are closed.