ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗାଙ୍ଗୁଲି

କୋଲକାତା – ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ଆପୋଲୋ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ସେ ଏବେ ପୂରା ଠିକ୍ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ରାଣା ଦାସଗୁପ୍ତା କହିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗାଙ୍ଗୁଲି ଜାନୁୟାରୀ ୨୭ରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ୪୮ ବର୍ଷୀୟ କ୍ରିକେଟ୍ ଆଇକନଙ୍କ ଜାନୁୟାରୀ ୨୮ରେ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା ।

ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଗାଙ୍ଗୁଲିଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଏହା ପୂର୍ବରୁ ଜାନୁୟାରୀ ୨ରେ ହୃଦଘାତର ଶିକାର ହେବା ପରେ ଗାଙ୍ଗୁଲିଙ୍କୁ ଉଡ୍‌ଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ପ୍ରାୟ ସପ୍ତାହେ ହସ୍ପିଟାଲରେ ରହିବା ପରେ ଗାଙ୍ଗୁଲି ଜାନୁୟାରୀ ୭ରେ ଘରକୁ ଫେରିଥିଲେ ।

Comments are closed.