ହାଥ୍ରସ ପରେ ୟୁପିରେ ବଳରାମପୁରରେ ବର୍ବରତା, କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ହସପିଟାଲ ନେବା ବାଟରେ ଆଖି ବୁଜିଲେ ପୀଡିତା

ଲକ୍ଷ୍‌ନୌ- ହାଥରସ ପରେ ୟୁପିରେ ଆଉ ଏକ ଗଣଦୁଷ୍କର୍ମ । ହାଥ୍ରସ ଗଣଦୁଷ୍କର୍ମ ନେଇ ଦେଶବ୍ୟାପୀ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ରାଜ୍ୟର ବଳରାମପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍ପର୍ମ କରାଯିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ବଳରାମପୁରର ଗୈସଡିରେ ଘଟିଛି ଏ ଘଟଣା ।

ପରିବାର ସଦସ୍ୟଙ୍କ କହିବାନୁସାରେ ପୀଡିତା ଜଣକ ମଙ୍ଗଳବାର ଦିନ କଲେଜରେ ଆଡମିଶନ ପାଇଁ ଯାଇଥିଲେ । ସଂଧ୍ୟା ପରେ ମଧ୍ୟ ସେ ଘରକୁ ନ ଫେରିବାରୁ ତାଙ୍କୁ ଫୋନ୍ କରିଥିଲେ ମାଆ । ହେଲେ ଫୋନ୍ ବନ୍ଦ ଥିଲା । ରାତିରେ ଏକ ରିକସାରେ ପୀଡିତାଜଣକ ଚେତାଶୂନ୍ୟ ଅବସ୍ଥାରେ ଜଣେ ନାବାଳିକାଙ୍କ ସହ ଘରକୁ ଆସିଥିଲେ । ପୀଡିତାଙ୍କ ହାତରେ ଗ୍ଲୁକୋଜ ଚଢାଇବା ପାଇଁ ଡ୍ରିପ୍ ଲାଗିଥିଲା । ହସପିଟାଲ ନେବା ବାଟରେ ଛାତ୍ରୀଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Comments are closed.