୧୧୮ ବର୍ଷୀୟା ବୃଦ୍ଧା ନେଲେ କୋଭିଡ୍ ଟିକା

ଭୋପାଳ – ମଧ୍ୟ ପ୍ରଦେଶର ସାଗରରେ ଜଣେ ୧୧୮ ବର୍ଷୀୟ ବୃଦ୍ଧା କୋଭିଡ୍‌-୧୯ ଟିକା ଲଗାଇଛନ୍ତି । ସାଗର ଖିମସାଲା ଅଞ୍ଚଳରେ ଏକ ଟିକା କେନ୍ଦ୍ରରେ ତାଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି । ଏହି ବୟୋବୃଦ୍ଧା ହେଉଛନ୍ତି ତୁଳସୀବାଇ । କୋଭିଡ୍ ଟିକା ନେବାରେ ସେ ବୋଧେ ଦେଶର ସବୁଠାରୁ ବୟସ୍କା ମହିଳା । ଟିକା ନେବା ପରେ ତୁଳସୀବାଇ ବେଶ ଖୁସି ମନେ ହେଉଥିଲେ । ସେ ବାହାରକୁ ଆସିବା ପରେ ‘ବିଜୟ’ ସଙ୍କେତ ଦେଇଥିଲେ । ଟିକା ନେଇ ମୁଁ ଖୁସି । ଆପଣମାନେ ମଧ୍ୟ ଟିକା ନିଅନ୍ତୁ, ଏଥିରେ କୌଣସି ଚିନ୍ତା କରିବାର ନାହିଁ ବୋଲି ତୁଳସୀବାଇ କହିଛନ୍ତି ।

ତୁଳସୀବାଇ ବୋଧେ ଭାରତର ସବୁଠୁ ବୟସ୍କା ମହିଳା ଭାବେ କୋଭିଡ ଟିକା ନେଇଛନ୍ତି । ଟିକା ନେବା ପାଇଁ ସେ ଆଣିଥିବା ଆଧାର କାର୍ଡରେ ତାଙ୍କ ଜନ୍ମତାରିଖ ଜାନୁୟାରୀ ୧, ୧୯୦୩ ବୋଲି ଉଲ୍ଲେଖ ହୋଇଛି । ତାଙ୍କ ଘର ଠିକଣା ସାଗର ସହରର ସଦରପୁର ଅଞ୍ଚଳ ବୋଲି ଲେଖା ହୋଇଛି ।

Comments are closed.