୨୦୧୫ରୁ ୫୮ଟି ଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଗସ୍ତ ବାବଦରେ ବ୍ୟୟ ହୋଇଛି ୫୧୭ କୋଟି ଟଙ୍କା | News Room Odisha

୨୦୧୫ରୁ ୫୮ଟି ଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଗସ୍ତ ବାବଦରେ ବ୍ୟୟ ହୋଇଛି ୫୧୭ କୋଟି ଟଙ୍କା

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ମସିହାଠାରୁ ଏ ଯାବତ ୫୮ଟି ଦେଶ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ୫୧୭ ଦଶମିକ ୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଜବାବରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ଯୁକ୍ତରାଷ୍ଟ୍ର ଆମେରିକା, ଋଷିଆ ଓ ଚୀନକୁ ଅଧିକ ଥର ଗସ୍ତ କରିଛନ୍ତି । ଏହି ତିନି ଦେଶକୁ ସେ ୫ ଥର ଲେଖାଏଁ ଯାଇଛନ୍ତି ।