୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ | News Room Odisha

୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବୁଲାନ୍ସରେ ରହିଛି ଜୀବନ ରକ୍ଷାକାରୀ ସହାୟତା ବ୍ୟବସ୍ଥା –ଏଶଲଏସ । ଭର୍ଚୁଆଲ ଲୋକାର୍ପଣ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁତର ରୋଗୀଙ୍କ ପରିବହନରେ ଆମ୍ବୁଲାନ୍‌ସ ସହାୟକ ହେବ । ୪୭ଟି ଆମ୍ବୁଲାନ୍ସକୁ ମିଶାି ରାଜ୍ୟରେ ଏଏଲଏସ ଆମ୍ବୁଲାନ୍ସ ସଂଖ୍ୟା ୧୦୩କୁ ବୃଦ୍ଧି କରାଯାଇଛି । ୪୭ଟି ନୂଆ ଆମ୍ବୁଲାନ୍ସ ମଧ୍ୟରୁ ୨୮ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥାରେ ସାମିଲ ହେବ । ଅନ୍ୟ ୧୯ଟି ଆମ୍ବୁଲାନ୍ସ ବିଭିନ୍ନ ମେଡିକାଲ କଲେଜରେ ନିୟୋଜିତ ହେବ ।