ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ବିବାଦ, ଆମାଜନ୍ ପ୍ରାଇମ୍ ଭିଡିଓକୁ କେନ୍ଦ୍ରର ନୋଟିସ୍‌

ନୂଆଦିଲ୍ଲୀ – ଆମାଜାନ୍ ପ୍ରାଇମ୍ ଭିଡିଓର ନୂଆ ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଥିରେ ହିନ୍ଦୁ ଦେବାଦେବୀଙ୍କୁ ତାଚ୍ଛଲ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆମାଜନ ପ୍ରାଇମ୍ ଭିଡିଓକୁ ନୋଟିସ୍ ପଠାଇ ସ୍ପଷ୍ଟୀକରଣ ଲୋଡିଛି । ଏହି ପ୍ରସଙ୍ଗରେ ବିଜେପି ସାଂସଦ ମନୋଜ କୋଟାକ ପତ୍ର ଲେଖି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲେ । ‘ତାଣ୍ଡବ’କୁ ନେଇ ଲକ୍ଷ୍ନୌରେ ବି ଏହି ୱେବ୍ ସିରିଜର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି ।

ଅଲ୍ଲୀ ଆବାସ ଜାଫରଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ‘ତାଣ୍ଡବ’ ଶୁକ୍ରବାର ଠାରୁ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ସୈଫ୍ ଅଲ୍ଲୀ ଖାନ ଓ ଡିମ୍ପଲ କପାଡିଆଙ୍କ ସମେତ ସୁନୀଲ ଗ୍ରୋଭର, ତିଗମାଂଶୁ ଢ଼ୋଲାକିଆ, ଡିନୋ ମୋରେଆ ପ୍ରମୁଖ ଅଭିନୟ କରିଛନ୍ତି । ନିକଟରେ କେନ୍ଦ୍ର ସରକାର ଆମାଜନ୍ ପ୍ରାଇମ୍ ଭିଡିଓ, ନେଟ୍‌ଫ୍ଲିକ୍ସ, ଡିସନୀ ପ୍ଲସ୍ ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମ ସହ ନ୍ୟୁଜ ପୋର୍ଟାଲ ଗୁଡିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ନିୟମ ଆଣିଥିଲେ ।

Comments are closed.