ୱେସ୍କୋ ଅଫିସ ଆକାଉଂଟାଟ୍‌ଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଲା ୧୭ ଲକ୍ଷ ନଗଦ ଟଙ୍କା ଓ ସୁନା ବିସ୍କୁଟ

ବଲାଙ୍ଗିର – ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ୱେସ୍କୋ ଅଫିସ ଆକାଉଂଟାଟ୍‌ଙ୍କ ଘରେ ଚଢାଉ ହୋଇଛି । ସଂପୃକ୍ତ ଆକାଉଂଟାଟ୍ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକକାଳିନ ୨ଟି ସ୍ଥାନରେ ଚଢାଉ କରାଯାଇଛି । ବଲାଙ୍ଗିର ସ୍ଥିତ ତାଙ୍କ ବାସଭବନ ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ଘରୁ ନଗଦ ୧୭ ଲକ୍ଷ ଟଙ୍କା ଓ ସୁନା ବିସ୍କୁଟ ଜବତ କରିଛି ଭିଜିଲାନ୍ସ ।

Comments are closed.