ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ୧୦ ବିଜେପି ସାଂସଦଙ୍କ ଇସ୍ତଫା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଜିତିଥିବା ବିଜେପି ସାଂସଦ କିରୋରୀ ଲାଲ ମୀନା, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ, ଅରୁଣ ସାଓ, ଗୋମତି ସାଇ, ଦିୟା କୁମାରୀ ଏବଂ କିରୋନି ଲାଲ ମୀନା ବୁଧବାର ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ମୋଟ ୨୧ ସାଂସଦଙ୍କୁ ମଇଦାନକୁ ଓହ୍ଲାଇଥିଲା। ଏମାନଙ୍କ ମଧ୍ୟରୁ ୧୨ ଜଣ ଜିତିଥିବା ବେଳେ ୯ ସାଂସଦ ହାରିଥିଲେ ।

ଅନ୍ୟପକ୍ଷରେ ବିଜେପିର ଅନ୍ୟ ଦୁଇ ସାଂସଦ ବାବା ବାଲକ ନାଥ ଏବଂ ରେଣୁକା ସିଂହ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି। କାରଣ ଉଭୟ ଆଜି ଲୋକସଭାକୁ ଆସିନାହାଁନ୍ତି। ଏହି ଦୁଇ ସାଂସଦ ମଧ୍ୟ ଖୁବ ଶୀଘ୍ର ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିବେ। ରାଜ୍ୟସଭା ନିର୍ବାଚନରେ ନିଜର ସାଂସଦମାନଙ୍କୁ ପ୍ରାର୍ଥୀ କରି ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଜେପିର ଏହି ରଣନୀତି କାମ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ବୈଠକରେ ବିଜେପି ସଭାପତି ଜେପି ନଡ୍ଡା ଏହି ସାଂସଦମାନଙ୍କ ପ୍ରତିନିଧିତ୍ୱ କରିଥିଲେ। ବିଧାନସଭା ନିର୍ବାଚନରେ ଜିତିଥିବା ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି।

ମଧ୍ୟପ୍ରଦେଶର ନରସିଂହପୁରରୁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ପ୍ରହ୍ଲାଦ ସିଂ ପଟେଲ ଖୁବ ଶୀଘ୍ର କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାବା ବାଲକନାଥ ସିଂହ ଏବଂ ରେଣୁକା ସିଂହ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ତେଣୁ ବିଜେପି ସେମାନଙ୍କୁ ରାଜ୍ୟସଭାରେ ରଖିବାକୁ ଚାହୁଁଛି ବୋଲି ଅନୁମାନ କରାଯାଉଛି। ରାଜସ୍ଥାନ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏହି ଦୁଇ ସାଂସଦ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

Comments are closed.