ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ , ଗଂଜାମ ଜିଲ୍ଲାପାଳ ଓ ଏସପି ନେଲେ ଟିକା

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଦିଆଯାଉଛି ଟିକା । ପୋଲିସ ଓ ପ୍ରାଶାସନିକ ଅଧିକାରୀ ଓ ଅନ୍ୟ କର୍ମଚାରୀ ଟିକା ନେବେ । ସବୁ ଜିଲ୍ଲାର ଜିଲ୍ଲାପାଳ, ପୌର କମିଶନର, ପୋଲିସ ଡିଜି, ହୋମଗାର୍ଡ ଡିଜି ଓ ପୋଲି ଓ କମିଶନର କୋଭିଡ ଟିକା ନେବେ ।

ଗଂଜାମ ଜିଲ୍ଲାରେ ମଧ୍ୟ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଟ ଟିକା ନେଇଛନ୍ତି । ଟିକା ନେବାର ଫୋଟ ବି ଟ୍ୱିଟ୍ କରିଛନ୍ତି ଗଂଜାମ ଜିଲ୍ଲାପାଳ । ଗଂଜାମ ଏସପି ବ୍ରିଜେଶ ରାୟ ବି ଟିକା ନେଇଛନ୍ତି । ଲୋକଙ୍କ ମନୋବଳ ବଢାଇବା ପାଇଁ ଟିକା ନେବାର ଫଟୋ ଟ୍ୱିଟ୍ କରିବା ପାଇଁ ସବୁ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ କହିଥିଲା ।

କୋଭିଡ ଟିକା ସଂପୂର୍ଣ୍ଣ ନିରାପଦ ବୋଲି ଗଂଜାମ ଜିଲ୍ଲା ପ୍ରଶାସନ କହିଛି ।

Comments are closed.