ଓଡିଆ ସ୍ୱାଭିମାନର ବିଜୟ : ଶ୍ରୀମନ୍ଦିର ସଂପର୍କିତ ଏନଏମଏ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ- ଶେଷରେ ଓଡିଆ ସ୍ୱାଭିମାନର ବିଜୟ ହୋଇଛି । ଶ୍ରୀମନ୍ଦିର ଚାରିପାଖରେ ନିର୍ମାଣ କଟକଣା ନେଇ ଜାତୀୟ ସ୍ମାରକୀ ପ୍ରାଧିକରଣ –ଏନଏମଏର ବାଇ ଲ’ ଚିଠା ପ୍ରସ୍ତାବ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
ପ୍ରସ୍ତାବିତ ବାଇ ଲ’ ବିରୋଧରେ ରାଜ୍ୟରେ ଜୋରଦାର ସ୍ୱର ଉଠିଥିଲା । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିର ପରିଦର୍ଶନ ପରେ ଏହାକୁ ପ୍ରତ୍ୟାହାର ଦାବି କରିଥିଲେ । ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ କହିଥିଲେ ।
ଦିଲ୍ଲୀରେ ପିନାକୀ ମିଶ୍ରଙ୍କ ନେତୃୃତ୍ୱରେ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ବାଇ ଲ ବିଜ୍ଞପ୍ତି ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର ।
Comments are closed.