ରାଜଧାନୀରେ ଡକାୟତି ଯୋଜନା କରୁଥିବା ୫ ଜଣଙ୍କ ମଧ୍ୟରେ ବିଜେପି ସାଂସଦ ଅପରାଜିତାଙ୍କ ୱାର୍ଡ ପ୍ରତିନିଧି

ଭୁବନେଶ୍ୱର – ରାଜଧାନୀରେ ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ବିଶେଶ ସୂତ୍ରରୁ ଖବର ପାଇ ଶାନ୍ତିପଲ୍ଲୀ ବସ୍ତି ଅଂଚଳରୁ ଏହି ଡକାୟତମାନଙ୍କୁ ଗିରଫ କରିଛି ପୋଲିସ ।

ସେମାନଙ୍କଠାରୁ ଗୋଟିଏ କାର, ପିସ୍ତଲ, ୩ଟି ଗୁଳି ଓ ୪ଟି ଲୁହାରଡ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଡକାୟତି ଯୋଜନା କରି ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ରହିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ୱାର୍ଡ ପ୍ରତିନିଧି ବିଶ୍ୱଜିତ ସ୍ୱାଇଁ । ୧୭ ନମ୍ବର ୱାର୍ଡ ପ୍ରତିନିଧି ଭାବେ କାମ କରୁଥିଲେ ବିଶ୍ୱଜିତ । ତାଙ୍କ ଘର ଚକେଇସିଆଣି ଅଂଚଳରେ ବୋଲି ଜଣାପଡିଛି ।

Comments are closed.