ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ସାଂସଦଙ୍କ ନୀରବତାକୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମାଲୋଚନା

ଭୁବନେଶ୍ୱର- ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତାକୁ ପ୍ରଶ୍ନ କରି ସମାଲୋଚନା କରିଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରବାସୀ କେବେ କ୍ଷମା ଦେବେ ନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଶ୍ରୀମନ୍ଦିର ପାଇଁ ଏନଏମଏର ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହୃତ ହେଲେ ମଧ୍ୟ ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱରପାଟଣା ମନ୍ଦିର ପାଇଁ ପ୍ରତ୍ୟାହାର ହୋଇନାହିଁ । ତେଣୁ ପ୍ରସ୍ତାବିତ ବାଇ-ଲ କାର୍ଯ୍ୟକାରୀ ହେଲେ ଏକାମ୍ର କ୍ଷେତ୍ରରେ ବିକାଶ ବାଧାପ୍ରାପ୍ତ ହେବ । ସ୍ଥାନୀୟ ସାଂସଦଙ୍କ ନୀରବତାକୁ ଲିଙ୍ଗରାଜ ସେନା ମଧ୍ୟ ସମାଲୋଚନା କରିଛି ।

Comments are closed.