ବସ୍‌ରେ ନିଆଁ , ଅଳ୍ପକେ ବର୍ତ୍ତିଲେ ୪୦ରୁ ଅଧିକ ଯାତ୍ରୀ

ରାୟଗଡା – ରାୟଗଡାର ତାରିଣୀ ଛକ ନିକଟରେ ଏକ ଯାତ୍ରୀବାହୀ ବସରେ ହଠାତ ନିଆଁ ଲାଗିଯାଇଛି । ସୌଭାଗ୍ୟବଶତଃ ଏଥିରେ ଥିବା ସମସ୍ତ ଯାତ୍ରୀ ରକ୍ଷା ପାଇଛନ୍ତି । ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ । କୋଷାଗୁମୁଡାରୁ ପୋଲସରା ଯାଉଥିଲା ଯାତ୍ରୀବାହୀ ବସ୍ । ନିଆଁରେ ବସ୍‌ଟି ଜଳି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି । ସେଥିରେ ଥିବା ଯାତ୍ରୀଙ୍କ ଜିନିଷପତ୍ର ବି ପୋଡି ପାଉଁଶ ହୋଇଯାଇଛି । ନିଆଁ କେମିତି ଲାଗିଲା, ତାହାର କାରଣ ଜଣାପଡିନାହିଁ ।

Comments are closed.