ରାଜ୍ୟରେ କଂଗ୍ରେସର ୬ ଘଂଟିଆ ବନ୍ଦ ଡାକରାର ମିଶ୍ର ପ୍ରଭାବ

ଭୁବନେଶ୍ୱର- ଇନ୍ଧନ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ୬ ଘଂଟିଆ ବନ୍ଦ ଡାକରାର ମିଶ୍ର ପ୍ରଭାବ ଅନୁଭୂତ ହୋଇଛି । ବନ୍ଦ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଦୋକାନ ବଜାର ଖୋଲିନାହିଁ ।

ରାଜଧାନୀ ଭୁବନେଶ୍ୱରର କିଛି ସ୍ଥାନରେ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଛନ୍ତି । ରେଳ ରୋକ ହୋଇଛି । ସୁରକ୍ଷା ପାଇଁ ରାଜଧାନୀରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସବୁ ସରକାରୀ ଓ ବେସରକାରୀ ସ୍କୁଲକଲେଜକୁ ଛୁଟି ଘୋଷଣା କରିଛନ୍ତି । ଘରୋଇ ବସ୍ ବି ଚାଲୁ ନ ଥିବାରୁ ରାଜ୍ୟର ବିଭିନ୍ନ ଅଂଚଳର ଯାତ୍ରୀମାନେ ହଇରାଣ ହରକତ ହୋଇଛନ୍ତି ।

Comments are closed.