ନୀତି ଆୟୋଗ ବୈଠକ : ଓଡିଶା ପାଇଁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କଲେ ନବୀନ

ନୂଆଦିଲ୍ଲୀ – ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କରିଛନ୍ତି । ଏହାଛଡା ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି ପୁଣି ଦୋହରାଇଛନ୍ତି ନବୀନ । ଅବହେଳିତ ଅଂଚଳ ଓ ଅନଗ୍ରସର ସଂପ୍ରଦାୟ ପାଇଁ ବି ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ନବୀନ ।

ସରକାରୀ ବ୍ୟବସ୍ଥା ନିର୍ବାଚନ ଓ ରାଜନୀତିର ଉପରକୁ ଉଠିବା ଦରକାର ବୋଲି ସେ କହିଛନ୍ତି । ସମ୍ବିଧାନରେ ଓଡିଶାର କିଛି ଭାଷାକୁ ସ୍ଥାନିତ କରିବା ଉପରେ ମଧ୍ୟ ନୀତି ଆୟୋଗ ବୈଠକରେ ଜୋର୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୧୯୭୮ରୁ କେତେକ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି ବିଚାରାଧୀନ ରହିଛି । ଏପର୍ଯ୍ୟନ୍ତ ମାନ୍ୟତା ନ ମିଳିବା ଦ୍ୱାରା ସେମାନଙ୍କ ପ୍ରତି ଅନ୍ୟାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଜାରି ରହିବା ଉଚିତ ।

Comments are closed.