ସିବିଆଇ ଯାହା କରିପାରିଲା ନାହିଁ, କମିଶନରେଟ ପୋଲିସ କରି ଦେଖାଇଲା, ବିବନକୁ ଧରିବା ପାଇଁ ଚାଲିଥିଲା ‘ଅପରେସନ ସାଇଲେଂଟ୍ ଭାଇପର’

ଭୁବନେଶ୍ୱର- ବହୁଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୋଲିସ । ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଦୁଷ୍କର୍ମ ହୋଇଥିଲା । ଏହି ଘଟଣା ସେତେବେଳେ ରାଜ୍ୟ ରାଜନୀତିରେ ଝଡ ସୃୃଷ୍ଟି କରିଥିଲା । ଏହି ଘଟଣା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଗିରିଧର ଗମାଙ୍ଗ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଏହି ମାମଲରେ ପୂର୍ବରୁ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ପଦିଆ ଓ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆ ଗିରଫ ହୋଇଥିଲେ । ଉଭୟ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ସେମାନଙ୍କୁ ତତ୍କାଳୀନ ଜିଲ୍ଲା ଜଜ୍ ଆଜୀବନ କାରାଦଣ୍ଡ ଦେଇଥିଲେ ଏବେ ଏହି ମାମଲାର ତଦନ୍ତ ସିବିଆଇ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରି ନ ଥିଲା । ଯାହା ସିବିଆଇ କରି ନ ଥିଲା ତାହା ଆମେ କରିବାରେ ସଫଳ ହେଲୁ ବୋଲି ପୋଲିସ କମିଶନର କହିଛନ୍ତି । ବିବନକୁ ଧରିବା ପାଇଁ ତିନି ମାସ ତଳେ ଆରମ୍ଭ ହୋଇଥିଲା ଅପରେସନ ‘ସାଇଲେଂଟ୍ ଭାଇପର’ ।

ଟ୍ୱିନସିଟି କମିଶନରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଗଠିତ ହୋଇଥିଲା । ମୁମ୍ବାଇର ଆମ୍ବିଭ୍ୟାଲିରୁ ବିବନଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ମହାରାଷ୍ଟ୍ର ପୋଲିସ ଏଥିରେ ସହଯୋଗ କରିଥିଲା । ଜଳନ୍ଧର ସ୍ୱାଇଁ ନାଁରେ ଛଦ୍ମ ପରିଚୟ ପତ୍ର ଯୋଗାଡ କରିଥିଲା ବିବନ୍ । ୨୦୧୧ରୁ ଜଣେ ସ୍ଥାୟୀ କର୍ମଚାରୀ ଭାବେ ପାଣି ପାଇପ ମେକାନିକ୍ ଥିଲା । ଅନ୍ୟଲୋକଙ୍କ ଦ୍ୱାରା ପରିବାର ସହ ସଂପର୍କ ରଖୁଥିଲା ବିବନ । ପରିବାର ଲୋକଙ୍କ ଦ୍ୱାରା ମୃତ୍ୟୁ ପ୍ରମାଣପତ୍ର ଯୋଗାଡ ଉଦ୍ୟମ କରୁଥିଲା ।

Comments are closed.