ତୁଳସୀ ମୁଣ୍ଡା ପୁଣି ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସପିଟାଲରେ ଭର୍ତ୍ତି

ଭୁବନେଶ୍ୱର- ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣିଥରେ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି ।

୭୪ ବର୍ଷିୟା ତୁଳସୀ ମୁଣ୍ଡା ଆଜି ସକାଳେ ବଡବିଲ ସେରେଣ୍ଡା ସ୍ଥିତ ବାସଭବନରେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସ୍ଥାନୀୟ ଟିସ୍କୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଥିଲା ।

ଗତମାସରେ ମଧ୍ୟ ତୁଳସୀ ମୁଣ୍ଡା ଅସୁସ୍ଥ ହୋଇପଡିଥିଲେ ।

Comments are closed.