ବ୍ରହ୍ମପୁର ପୋଲିସ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବ୍ରହ୍ମପୁର- ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହୋଇଛି ଆନ୍ତର୍ଜାତିକ ମହିଳା ଦିବସ । ବ୍ରହ୍ମପୁର ଆରଓ କ୍ୟାମ୍ପସରେ ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଦକ୍ଷିଣାଞ୍ଚଳ ଡିଆଇଡି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲାର ସବୁ ମହିଳା ଅଫିସରଙ୍କ ସହ ଏପିଆର୍ ଓ ଓଆର୍ କନେଷ୍ଟବଳମାନେ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ । ଉତ୍ସବରେ ବିଚାରର ଆଦାନ ପ୍ରଦାନ ହୋଇଥିଲା । ଉତ୍ସବରେ ବ୍ରହ୍ମପୁର ପୋଲିସର ମହିଳା ସଦସ୍ୟଙ୍କୁ ମାନପତ୍ର ପ୍ରଦାନ କରାଯାଥିଲା । ଦକ୍ଷିଣାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ମାନପତ୍ର ପ୍ରଦାନ କରିଥିଲେ ।

Comments are closed.