ବିଜୁବାବୁଙ୍କ ସାନପିଲା ଆଜି ବଡ,ସଶକ୍ତ ଓ ସବୁଜ ହୋଇଛି : ମୁଖ୍ୟମନ୍ତ୍ରୀ

ନୂଆପଡା- ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ନୂଆ ବିକାଶର ଧାରା ଆରମ୍ଭ କରିଛନ୍ତି । ପ୍ରାୟ ୪ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାବାସୀଙ୍କୁ ଦେଇଛନ୍ତି ବିକାଶର ଭେଟି । ଖଡିଆଳରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲା ଗଠନ ବେଳେ ବିଜୁବାବୁ ନୂଆପଡାକୁ ସାନପିଲା ବୋଲି କହିଥିଲେ । ସେଦିନର ସାନପିଲା ଆଜି ବଡ, ସଶକ୍ତ ଓ ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ନୂଆପଡାରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ନୂଆପଡାକୁ ଭଲ ପାଉଥିବାରୁ ବିଜୁବାବୁ ଏହାକୁ ସ୍ୱତନ୍ତ୍ର ଜିଲ୍ଲା କରିଥିଲେ । ନୂଆପଡାରେ ଶିଶୁ ଓ ମାତୃ ମୃତ୍ୟୁହାର କମିଛି ବୋଲି ନବୀନ କହିଛନ୍ତି । ନୂଆପଡାରେ ଫ୍ଲୋରାଇଡ୍ ପାଣି ରୋଗର ମୁଖ୍ୟ କାରଣ ସାଜିଛି । ୍‌ଏଠାକାର ମହିଳାମାନେ ପାଣି ପାଇଁ ମାଇଲ ମାଇଲ ବାଟ ଚାଲୁଥିଲେ । ଏହା ତାଙ୍କୁ ଦୁଃଖିତ କରିଛି । ସେଥିପାଇଁ ପାଇପ ପାଣି ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଲୋୟର ଇନ୍ଦ୍ର ପ୍ରକଳ୍ପ ସାରା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଡିସେମ୍ବର ସୁଦ୍ଧା ନୂଆପଡାରେ ପାନୀୟ ଜଳ ପ୍ରକଳ୍ପ ଶେଷ ହେବ । ନୂଆପଡା ଆଜି ନୂଆ ସବୁଜିମାରେ ପରିଣତ ହୋଇଛି । ଲୋୟର ଇନ୍ଦ୍ର ପ୍ରକଳ୍ପ ନିକଟରେ ସାଇନ୍ସ ପାର୍କ ଖୋଲାଯିବ । ଏଥିରେ ୩ କୋଟି ଖର୍ଚ୍ଚ ହେବ । ପିଲାମାନଙ୍କର ସାଇନ୍ସ ପ୍ରତି ଆଗ୍ରହ ବଢିବ ବୋଲି ନବୀନ କହିଛନ୍ତି ।

ରାଜ୍ୟର କ୍ରୀଡା କ୍ଷେତ୍ରରେ ମଧ୍ୟ ନୂଆପଡା ଯୋଡି ହେବ । ନୂଆପଡା ଓ ଖଡିଆଳ ଏ ଦୁଇ ଜାଗାରେ ଦୁଇଟି ଇନଡୋପ ଷ୍ଟାଡିୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.