କୋରୋନା ସଂକ୍ରମଣ ବୃଦ୍ଧି ପ୍ରସଙ୍ଗ, ୫ଟି ରାଜ୍ୟରୁ ଓଡିଶାକୁ ଆସୁଥିବା ଟ୍ରେନ ଯାତ୍ରୀଙ୍କ ଉପରେ ରହିବ କଟକଣା

ଭୁବନେଶ୍ୱର- ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ମହାରାଷ୍ଟ୍ର ଓ କେରଳ କଟକଣା ତାଲିକାରେ ଅଛନ୍ତି । ଅନ୍ୟ ୫ଟି ରାଜ୍ୟକୁ ବି କଟକଣା ତାଲିକାରେ ସାମିଲ କରାଯାଉଛି । ଏହି ରାଜ୍ୟରୁ ଟ୍ରେନରେ ଆସୁଥିବା ଲୋକଙ୍କୁ ଟ୍ରାକ୍ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

ଏସବୁ ରାଜ୍ୟରୁ ଲୋକ ଆସୁଥିଲେ ସେମାନେ ନେଗେଟିଭ ରିପୋର୍ଟ ଆଣିବେ । ଲକ୍ଷଣ ଥିବା ଲୋକଙ୍କୁ ସେମାନଙ୍କ ଷ୍ଟେସନରେ ଟେଷ୍ଟ୍ କରାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେ ୧୫ ସୁଦ୍ଧା ସବୁ ବୟସ୍କଙ୍କ ଟିକାକରମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ରାଜ୍ୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ମହାରାଷ୍ଟ୍ର ଭଳି ସ୍ଥିତି ଓଡିଶାରେ ନାହଁ । କିନ୍ତୁ ଲୋକେ କୋଭିଡ ନିୟମ ପାଳନ କରିବା ଜରୁରୀ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

Comments are closed.