ନିର୍ଦ୍ଧାରିତ ସମୟରେ ମିଳୁନାହିଁ କେନ୍ଦ୍ରୀୟ ଯୋଜନା ଅର୍ଥ, ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଲେ ଅର୍ଥ ସଚିବ ଅଶୋକ ମୀନା

ଭୁବନେଶ୍ୱର- ନିର୍ଦ୍ଧାରିତ ସମୟରେ ରାଜ୍ୟକୁ କେନ୍ଦ୍ରୀୟ ଯୋଜନା ବାବଦ ଅର୍ଥ ମିଳୁନାହିଁ । ୧୨ଟି ବିଭାଗକୁ ୪ ହଜାର ୬୨୫ କୋଟି ଟଙ୍କାର ଅନୁଦାନ ଏ ଯାଏଁ ମିଳିନ ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି । ଏ ପ୍ରସଙ୍ଗରେ ସେ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରୀୟ ଯୋଜନା ବାବଦକୁ ଅର୍ଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ୯୨୪ କୋଟି ୭୧ ଲକ୍ଷ ଟଙ୍କା ପାଇବାର ଅଛି ।

ପଂଚାୟତିରାଜ ବିଭାଗର ୮୯୪ କୋଟି ୯୯ ଲକ୍ଷ ଟଙ୍କା । ଗଣଶିକ୍ଷା ବିଭାଗର ୫୯୮ କୋଟି ଟଙ୍କା ମିଳିନାହିଁ । କୃଷି ବିଭାଗର ୫୬୮ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିନାହିଁ ।

Comments are closed.