ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ ଆଜି, ରୋହିତ ଫେରିବା ସମ୍ଭାବନା

ଅହମ୍ମଦାବାଦ – ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ଲେଇଙ୍ଗ ଇଲେଭେନରେ ପରିବର୍ତ୍ତନ କରିପାରନ୍ତି। ଓପନର୍ ଲୋକେଶ ରାହୁଲଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ସାମିଲ କରାଯାଇପାରେ। ତୃତୀୟ ମ୍ୟାଚ୍‌ରେ ରୋହିତ ଏବଂ ଇଶାନଙ୍କୁ ଓପନିଂ କରିବା ଦେଖିବାକୁ ମିଳିପାରେ।

ଦ୍ୱିତୀୟ ମ୍ୟାଚ୍ ହାରିବା ପରେ ଇଂଲଣ୍ଡ ଅଧିନାୟକ ଇୟନ୍ ମୋର୍ଗାନ୍ ମଧ୍ୟ ତାଙ୍କ ଦଳର ଏକାଦଶରେ ଦୁଇଟି ପରିବର୍ତ୍ତନ କରିପାରନ୍ତି। ବୋଲର ମାର୍କ ଉଡ୍ ଟମ କରନଙ୍କ ସ୍ଥାନ ନେବାକୁ ସୁଯୋଗ ପାଇପାରନ୍ତି | ଜନି ବେୟାରଷ୍ଟୋଙ୍କୁ ମଧ୍ୟ ବାଦ ଦିଆଯାଇପାରେ | ବେୟାରଷ୍ଟୋଙ୍କ ସ୍ଥାନ ୱିକେଟ୍ କିପର ସାମ ବିଲିଙ୍ଗସ୍ କିମ୍ବା ଅଲରାଉଣ୍ଡର ମୋଇନ୍ ଅଲି ନେଇପାରନ୍ତି ।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ସମ୍ପ୍ରତି ୧-୧ ସ୍ଥିତିରେ ରହିଛି । ଇଂଲଣ୍ଡ ପ୍ରଥମ ମ୍ୟାଚରେ ୮ ଓ୍ବିକେଟ୍ ରେ ବିଜୟୀ ହୋଇଥିଲା । ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହ ଦ୍ବିତୀୟ ଟି-୨୦କୁ ୭ ଓ୍ବିକେଟରେ ଜିତିଥିଲା ।

Comments are closed.