ରାଜ୍ୟସଭାରେ ଶ୍ରୀମନ୍ଦିର ପୁନରୁଦ୍ଧାର ଓ ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ବିଜେଡି ସଦସ୍ୟ ଅମର ପଟ୍ଟନାୟକ

ନୂଆଦିଲ୍ଲୀ -ରାଜ୍ୟସଭାରେ ବିଜେଡି ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ଶ୍ରୀମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର ସଂପର୍କିତ ପ୍ରଶ୍ନ ଉତଥାପନ କରିଥିଲେ । ଶ୍ରୀମନ୍ଦିରରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସଂପର୍କରେ ପ୍ରଶ୍ନ ପଚାରିଥିଲେ ଡକ୍ଟର ପଟ୍ଟନାୟକ । ୨୦୧୯ ଓ ୨୦୨୦ ମସିହାରେ ଜଗନ୍ନାଥ ମନ୍ଦିର ଓ ଏହା ଉପରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବି ପ୍ରଶ୍ନ ପଚାରିଥିଲେ ବିଜେଡି ସଦସ୍ୟ ।

ଉତ୍ତରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଥିଲେ ଯେ, ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ ଓ ରୋଷଘରର ସଂରକ୍ଷଣ ବ୍ୟବସ୍ଥାକୁ ଏଏସଆଇ ଦ୍ୱାରା ତଦାରଖ କରାଯାଉଛି । ଆବଶ୍ୟକତା ଓ ସମ୍ବଳର ଉପଲବ୍ଧତା କାରଣରୁ ଶ୍ରୀମନ୍ଦିରର ସ୍ଥିତି ଭଲ ଅଛି ବୋଲି ମନ୍ତ୍ରୀ ପଟେଲ କହିଥିଲେ ।

Comments are closed.