ମାର୍ଚ୍ଚ ୧୯ରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର: ମାର୍ଚ୍ଚ ୧୯ ତାରିଖ ଶୁକ୍ରବାରରୁ ଆରମ୍ଭ ହୋଇଯିବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ପର୍ବ। ସେହି ଦିନ ଏହି ଦ୍ବିବାର୍ଷିକ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯିବ। ୧୯ ତାରିଖ ରାତି ୯ଟାରେ ପ୍ରଥମେ ଦେଶୀବେହେରା ସାହିରେ ଆୟୋଜକଙ୍କ ବୈଠକ ହେବ। ମଧ୍ୟରାତ୍ର ୧୨ରୁ ୩ଟା ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ ହେବ ବୋଲି କହିଛନ୍ତି ଯାତ୍ରା ମୁଖ୍ୟ ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀବେହେରା। ଏହା ପରବର୍ତ୍ତୀ ସମୟରେ ଯାତ୍ରାର ଶୁଭ ତିଥି ସିଦ୍ଧାନ୍ତିଙ୍କ ଦ୍ବାରା ଧାର୍ଯ୍ୟ ହେବ।

Comments are closed.