କୋଭିଡ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା : ଲକଡାଉନକୁ ଫେରିବାକୁ ଚାହୁଁନାହୁଁ, ସତର୍କତା ଓ ସଚେତନତକୁ ଗୁରୁତ୍ୱ | News Room Odisha

କୋଭିଡ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା : ଲକଡାଉନକୁ ଫେରିବାକୁ ଚାହୁଁନାହୁଁ, ସତର୍କତା ଓ ସଚେତନତକୁ ଗୁରୁତ୍ୱ

ଭୁବନେଶ୍ୱର- କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆମେ ଲକଡାଉନକୁ ଫେରିବାକୁ ଚାହୁଁନାହୁଁ । ସତର୍କତା ଓ ସଚେତନତାକୁ ନିଶ୍ଚିତ କରିବାକୁ ପ୍ରାଥମିକତା ଦିଆଯାଉଛି । ବିଶାଳ ଜନସଂଖ୍ୟା ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ଆସିବାକୁ ସମୟ ଲାଗିବ । ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, କୋଭିଡ ମୁକାବିଲାରେ କେନ୍ଦ୍ରକୁ ସମସ୍ତ ସହଯୋଗ କରାଯିବ । ଟିକା ପାଇଁ ବୈଜ୍ଞାନିକଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନ କୋଭିଡ ମୁକାବିଲା ନେଇ ଅନବରତ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Chief Minister Naveen Patnaik