ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀ

ଭୁବନେଶ୍ୱର- ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି । କାଲି ସଂଧ୍ୟା ୬ଟା୨୫ରେ ଭୁବନେଶ୍ୱରରେ ପହଂଚିବେ ରାଷ୍ଟ୍ରପତି । ରାଜଭବନରେ କାଲି ରାତ୍ରିଯାପନ କରିବେ । ମାର୍ଚ୍ଚ ୨୧ ତାରିଖ ସକାଳ ୯ଟା୪୫ ମିନିଟରେ ଝାରସୁଗୁଡା ବିମାନ ବନ୍ଦରରେ ପଂହଚିବେ । ସକାଳ ୧୦ଟା ୫୫ ମିନିଟରେ ସେ ରାଉରକେଲା ଏନଆଇଟିରେ ପହଂଚି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

ରାଉରକେଲାରୁ ଫେରି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ୨୨ତାରିଖ ସକାଳ ୯ଟା ୫ ମିନିଟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଦିନ ୧୦ଟା ୪୫ ମିନିଟରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ସାଢେ ୧୧ଟାରେ ଆଇଓଏଫଏଲର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବା ଅପରାହ୍ନରେ ଦିଲ୍ଲୀ ଫେରିଯିବେ ।

Comments are closed.