ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିିଲା ବିଜେଡି

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ଫନି ବାତ୍ୟାରେ ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗିଥିବା ଘରର ପୁନରୁଦ୍ଧାର ପାଇଁ କେନ୍ଦ୍ର କହିଥିଲା । ୮ ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା । ବାକି ୧୬ ଜିଲ୍ଲାରେ ୬ ଲକ୍ଷ ହିତାଧିକାରୀଙ୍କୁ ବି ସାମିଲ କରାଯାଇନାହିଁ ।

ରାଜ୍ୟ ପଠାଇଥିବା ତାଲିକା ଉପରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇନାହାନ୍ତି ବେଲି ପ୍ରେସମିଟରେ ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ମୋଟ ୧୪ ଲକ୍ଷ ହିତାଧିକାରୀ ଘର ପାଇବାରୁ ବଂଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏ ନେଇ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ସେ କହିଛନ୍ତି । ବିଜେପି ଶାସତ ରାଜ୍ୟରେ ମିଳୁଛି । ମାତ୍ର ଓଡିଶାରେ ମିଳୁନି । କେନ୍ଦ୍ରର ଏଭଳି ବୈମାତୃକ ମନୋଭାବକୁ ବିଜେଡି ଦୃଢ ନିନ୍ଦା କରୁଛି ବୋଲି ବିଧାୟକ ରାୟ କହିଛନ୍ତି ।

Comments are closed.