‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ମୋ କଲେଜ’ ସହ ‘ମୋ ୟୁନିଭର୍ସିିଟି’ ଅଭିଯାନର ବି ଶୁଭାରମ୍ଭ ହୋଇଛି । ମୋ କଲେଜ ଅଭିଯାନରେ ୭୫୫ଟି କଲେଜକୁ ସାମିଲ କରାଯାଇଛି । ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଉଦ୍ଦିଷ୍ଟି । ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ହୋଇପାରିବ ବୋଲି ଅଭିଯାନର ଶୁଭାରମ୍ଭ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସ୍କୁଲ ବଳି ମୋ କଲେଜ ଅଭିଯାନ ଜରିଆରେ ପୁରାତନ ଛାତ୍ରଛାତ୍ରୀମାନେ ସହାୟତା କରିପାରିବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମୋ କଲେଜ’ ଅଭିଯାନ ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ କଲେଜ ସହ ଯୋଡି ହୋଇପାରିବେ । ମୋ ସ୍କୁଲ ଭଳି ଏହି ଅଭିଯାନ ବି ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହି ଅଭିଯାନ କେବଳ ଆଲୁମିନା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ବୋଲି ସେ କହିଛନ୍ତି । ଉଚ୍ଚଶିକ୍ଷା ଭିତ୍ତିଭୂମିର ବିକାଶ ତଥା ବିଦ୍ୟାର୍ଥୀଙ୍କ ଦକ୍ଷତା ବିକାଶ ପାଇଁ ମୋ କଲେଜ ଅଭିଯାନ ଉଦ୍ଦିଷ୍ଟ । ଏହି ଅବସରର ଏକ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସରକାର ପ୍ରତିବର୍ଷ ମୋ କଲେଜ ଅଭିଯାନ ପାଇଁ ୫୦ ହଜାର ଟଙ୍କା ଯୋଗାଇ ଦେବେ । ୫୧ଟି ସରକାରୀ ମହାବିଦ୍ୟାଳୟ, ୫୫୮ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୩ଟି ବିଶ୍ୱବିଦ୍ୟାଳୟ,ସଂସ୍କୃତି ବିଭାଗରେ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟ ଭଳି ୭୫୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମୋ କଲେଜ ଅଭିଯାନରେ ସାମିଲ କରାଯାଇଛି । ଏହାର ସୁପରିଚାଳନା ଲାଗି ଏକ କମିଟି ଗଠନ କରାଯାଇଛି ।

Comments are closed.